ଭୁବନେଶ୍ୱର: ହ୍ରାସ ହେଲା ଏସ୍ଆଇମାନଙ୍କ ପଦୋନ୍ନତିର ବର୍ଷ । ୧୦ ବର୍ଷ ପରିବର୍ତ୍ତେ ୭ ବର୍ଷ ପରେ ଜଣେ ଏସ୍ଆଇ ଇନ୍ସପେକ୍ଟର ହୋଇପାରିବେ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ସରକାରଙ୍କ ଗୃହ ବିଭାଗର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ପାଇଁ ଏହି ଖୁସି ଖବର ଶୁଣାଇଛନ୍ତି । ତେବେ ଜାନୁଆରୀ ୧, ୨୦୨୪ ସୁଦ୍ଧା ଯେଉଁ କାର୍ଯ୍ୟରତ ପୋଲିସ ଏସଆଇଙ୍କ ୭ ବର୍ଷ ପୂରଣ ହୋଇଥିବ ସେମାନେ ଇନ୍ସପେକ୍ଟର ହୋଇପାରିବେ । ଜଣେ ଏସ୍ଆଇ ଇନ୍ସପେକ୍ଟର ପଦରେ ପଦୋନ୍ନତି ହେବା ପାଇଁ ତାଙ୍କୁ ୧୦ ବର୍ଷ ଅପେକ୍ଷା କରିବା ପାଇଁ ପଡୁଥିଲା କିନ୍ତୁ ଏବେ ରାଜ୍ୟ ସରକାର ଏ ନିୟମରେ ପରିବର୍ତ୍ତନ ଆଣିଛନ୍ତି ।