ବରଗଡ଼ରେ ଶିକ୍ଷା କ୍ଷେତ୍ରରେ ସଦସ୍ୟତା ବୃଦ୍ଧି ପାଇଁ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ବରଗଡ଼ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସୋମବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ ସାଇକ୍ରିଷ୍ନା ପେଲେସ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ପ୍ରତି ଶିକ୍ଷା ବର୍ଷରେ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାର୍ଥୀ ପରିଷଦରେ ଯୋଡୁଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ଓଡିଶାରେ ୨,୫୦,୦୦୦ ସଦସ୍ୟତାର ଲକ୍ଷ୍ୟ ନେଇଥିବା ବେଳେ ବରଗଡ଼ ଜିଲ୍ଲାରେ ୭୦୦୦ ରୁ ଉର୍ଦ୍ଧ ସଦସ୍ୟତା ପାଇଁ ଲକ୍ଷ୍ୟ ରଖିଛି । ଚଳିତ ମାସ ୧୮ ତାରିଖରୁ ଶିକ୍ଷା ସଦସ୍ୟତା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲାବେଳେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏହି ସଦସ୍ୟତା ଅଭିଯାନ ଜାରି ରହିବ। ସେହିପରି ଓଡ଼ିଶାରେ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ତେବେ ନୂତନ ସରକରଙ୍କୁ ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ କରାଯାଉ ବୋଲି ଦାବି କରାଯାଇଛି ।