ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ଏମିତି ଏକ ଘଟଣା , ଓଡିଶାରୁ ଗୁଜୁରାଟର ଅହମ୍ମଦାବାଦରେ ଘଟିଛି । ସୂଚନା ଅନୁସାରେ , ଓଡିଶାରୁ ଗୁଜୁରାଟର ଅହମ୍ମଦାବାଦକୁ ଏକ ଅଟୋ ସାହାଯ୍ୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା ।
ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଓଡ଼ିଶାର କଳାହାଣ୍ଡି ଜିଲ୍ଳାରୁ ଜଣେ , ଝାରସୁଗୁଡାରୁ ଜଣେ , ମହାରାଷ୍ଟ୍ରରୁ ଜଣେ ଆଉ ଜଣେ ହେଉଛନ୍ତି ଗୁଜୁରାଟର ଅହମ୍ମଦାବାଦ । ଏମାନଙ୍କ ନିକଟରୁ ୪୮ କିଲୋଗ୍ରାମ ଗଞ୍ଜେଇ ପୋଲିସ ଜବତ କରିଛି । ଆଉ ମଧ୍ୟ ଗୋଟିଏ ଅଟୋ ସହ ତିନିଟି ମୋବାଇଲ ଓ ବେଲପାହାଡ଼ରୁ ଅହମ୍ମଦାବାଦ ଦୁଇ ଟି ଟ୍ରେନ ଟିକେଟ ଜବତ କରାଯାଇଛି । ଏହି ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟେ ଦୁଇ ଲକ୍ଷ ଅଣଚାଳିଶି ହଜାର ତିନିଶହ ପଚାଶ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗଞ୍ଜେଇ ବୋଝେଇ ଅଟୋ ଝାରସୁଗୁଡାରୁ ବେଲପାହାଡ଼ ଅଭିମୁଖେ ଯାଉଥିବା ବେଳେ ପୋଲିସ ସନ୍ଦେହକରି ସ୍ଥାନୀୟ ଜୁନାଡ଼ିହି ଛକ ନିକଟରେ ଧରି ଯାଞ୍ଚ କରିବା ପରେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଏବେ ପୋଲିସ ଏ ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ :- ଟ୍ରେନ୍ ରୁ ଜବତ ହେଲା ବୃଦ୍ଧଙ୍କ ମୃତଦେହ