ଦିନକୁ ଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ଦିନ ହେଉ କି ରାତି ବିନା ଭୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ । ଗଞ୍ଜେଇ ଚାଲାଣରେ ଗଞ୍ଜେଇ ମାଫିଆମାନେ ପୋଲିସଙ୍କ ପାଖରୁ ଚମ୍ପଟ ମାରୁଥିବା ବେଳେ ଗଞ୍ଜେଇ ଚାଲାଣରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣରେ ଚାଲାଣକାରୀକୁ ଗିରଫ କରିଛି ଗୋଳନ୍ଥରା ପୋଲିସ।ଦୀର୍ଘଦିନ ହେବ ପୋଲିସ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବା ପାଇଁ ଯୋଜନା କରିଥିଲେ ସୁଦ୍ଧା ତାହା କୌଣସି ଫଳପ୍ରଦ ହୋଇନଥିବା ବେଳେ ଶେଷରେ ଏହା ସଫଳ ହୋଇଛି ।
ସୂଚନା ଅନୁସାରେ, ଅନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀକୁ ଗୋଳନ୍ଥରା ପୋଲିସ ତାମିଲନାଡୁରୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପରିଚୟ ମିଳିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ଜଣକ ପୂର୍ବରୁ ବହୁ ଥର ଗଞ୍ଜେଇ ଚୋରା ଚାଲାଣ କରିଥିବା ବେଳେ ପୋଲିସ ତାହାର ସୁରାକ ପାଇନଥିଲା । ଅଭିଯୁକ୍ତ ଜଣକ ଗୋଳନ୍ଥରା ଥାନା ଅଞ୍ଚଳରେ ରହୁଥିବା ଖବର ପୋଲିସ ପାଇ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା। ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।
ଅଭିଯୋଗ ଅନୁଯାୟୀ , ଗିରଫ ଅଭିଯୁକ୍ତ ଗଞ୍ଜେଇ ଚୋରା ଚାଲାଣ କରିବା ମାମଲାରେ ତାମିଲନାଡୁ ପୁଲିସ ଗୁମୁଡିପୁଣ୍ଡି ପୁଲିସ ଥାନାରେ ଏକ ମାମଲା ରୁଜୁ କରିଥିଲା।ଏହା ପରଠାରୁ ଅଭିଯୁକ୍ତ ଫେରାର ରହିଥିବା ବେଳେ ଗୋଳନ୍ଥରା ଥାନା ଇଲାକାରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା । ତାମିଲନାଡୁ ରୁ ଆସିଥିବା ଏକ ପୋଲିସ ଟିମ୍ ଗୁରୁବାର ସକାଳେ ଗୋଳନ୍ଥରା ଥାନା ରେ ପହଞ୍ଚି ASI କୃତିବାସ ନାୟକ ଓ ରାମଶଙ୍କର ବେହେରା ଙ୍କ ନେତୃତ୍ୱରେ ହୃଷିକେଶଙ୍କ ଘରେ ଚଢ଼ାଉ କରି ଗିରଫ କରିବା ସହ ତାମିଲନାଡୁ ପୁଲିସ କୁ ହସ୍ତାନ୍ତର କରିଥିଲେ।