ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଫୁଲବାଣୀ ୧୨ ଘଣ୍ଟିଆ ବନ୍ଦ ଡାକରା କୁ ପ୍ରତ୍ୟାହାର କରିଛି ଫୁଲବାଣୀ କୁଇ ସମାଜ । ଫୁଲବାଣୀ ପାଇଁ ଘୋଷିତ ହୋଇଥିବା କଂଗ୍ରେସର ଅଣ ଆଦିବାସୀ ପ୍ରାର୍ଥୀଙ୍କୁ ବିରୋଧ କରିବା ସହିତ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରି ଦିଅଯାଇଥିଲା ବନ୍ଦ ଡାକରା । ତେବେ କଂଗ୍ରେସ ଦଳ ଏହି ନିର୍ବାଚନ ମଣ୍ଡଳୀରୁ ତାର ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ କୁଇ ସମାଜର ସଦସ୍ୟ ମାନେ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦ ପାଳନକୁ ପ୍ରତ୍ୟାହାର କରିଥିବାର ସୂଚନା ଦେଇଛନ୍ତି ।