ଚାଲିଛି ପଦ୍ମପୁର ଭୋଟ ଗଣତି ,ବିଜେଡି ପ୍ରାର୍ଥୀ ବର୍ଷା ଆଗରେ Baragarh/Padampur:08/12/2022: Share story: ଚାଲିଛି ପଦ୍ମପୁର ଭୋଟ ଗଣତି । ଆସିଲା ଦ୍ୱିତୀୟ ରାଉଣ୍ଡର ଟ୍ରେଣ୍ଡ । ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ବର୍ଷା ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ୩,୬୧୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୯୭ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୧୯୦ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୬୦ ଭୋଟ ମିଳିଛି । ପ୍ରଥମ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି । ତେବେ ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ସେ କହିଛନ୍ତି, ଆମର ଆଶା ଅଛି । ଲୋକ ଆର୍ଶୀବାଦ ଦେବେ ମୋତେ ବିଜୟୀ କରାଇବେ । ୫ ହଜାର ବ୍ୟବଧାନରେ ଆମେ ଜିତିବୁ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । Padampurbyelection BJD BJP Congress KhabarOdisha ଖବର ଓଡ଼ିଶା, Reporter, 08/12/2022