ଭୁବନେଶ୍ୱର: ଆଜି ଅପରାହ୍ଣରେ ଭୁବନେଶ୍ବରରେ ଆୟୋଜିତ ଡିଜିପି ସମ୍ମିଳନୀ ସହ ରାଜ୍ୟ ବିଜେପିର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଛନ୍ତି । ଏନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜିଠୁ ତିନି ଦିନ ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ନିଜ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ," ଡିଜିପି ସମ୍ମିଳନୀ ସହ ରାଜ୍ୟ ବିଜେପିର କାର୍ଯ୍ୟକ୍ରମରେ ସାମିଲ ହେବି । ସମ୍ମିଳନୀରେ ଦେଶର ବହୁ ବରିଷ୍ଠ ପୋଲିସ ଅଧିକାରୀ ରହିବେ । ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ବିଚାର ବିମର୍ଶ ହେବ । ଚଳିତ ଜୁନ୍ ମାସରୁ ଓଡ଼ିଶାରେ ବିଜେପି କାର୍ଯ୍ୟଭାର ଗ୍ରହଣ କରିଛି । ଓଡ଼ିଶାରେ ବିଜେପି ସରକାର ଯୋଗୁଁ ଅଭିବୃଦ୍ଧି ହାର ବଢ଼ିଛି । ଗରିବ ଏବଂ ବିଭିନ୍ନ ବର୍ଗର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।