ପୁରୀ:ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଗୁରୁତ୍ବପୁର୍ଣ ପଦକ୍ଷପ ନେଇଛନ୍ତି ରାଜ୍ୟ ସରକାର। ହବିଷ୍ୟାଳୀ ମାନଙ୍କ ପାଇଁ ଆଜିଠୁ ଅନଲାଇନ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ।ଏହା ଅକ୍ଟୋବର ୧୧ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ । ହବିଷ୍ୟାଳୀ ମାନେ ଅନଲାଇନରେ ନିଜର ଆଧାର କାର୍ଡ, ଫଟୋ ଓ ଅନ୍ୟାନ୍ୟ ବାସସ୍ଥାନ ପ୍ରମାଣପତ୍ର ଦେଇ ଆବେଦନ କରିପାରିବେ। ତେବେ ଚଳିତବର୍ଷ ସର୍ବାଧିକ ୨୫ସହ ହବିଷ୍ୟାଳୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ ରହଣିର ବ୍ୟବସ୍ଥା କରାଜାଇଛି। ଏଥିସହ ହବିଷ୍ୟାଳୀ ମାନଙ୍କ ସ୍ବାସ୍ଥ୍ୟଗତ ଅବସ୍ଥାଂଦେଖି ରଖାଜିବାର ବ୍ୟବସ୍ଥା ହୋଇଛି।
ତେବେ ଅକ୍ଟୋବର ୧୮ ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତି କୁ ଚୁଡାନ୍ତ କରି।ରାଜ୍ୟ ସରକାର ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ପାଇଁ ଅନୁମତି ଦେବା ସହ ଆନୁସଙ୍ଗିକ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି।ଚଳିତ ବର୍ଷ ବୃନ୍ଦାବତୀ ନିବାସ, ବାଗେଲା,ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପ ରେ ହବିଷ୍ୟାଳୀ ମା ମାନ ଙ୍କୁ ରଖାଯିବ। ଅପରପକ୍ଷରେ ହବିଷ୍ୟାଳୀ ମାନଙ୍କ ରହଣି ସହ ପ୍ରାତଃ ରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ,ଭଜନ କୀର୍ତ୍ତନ ଇତ୍ୟାଦି ର ବ୍ୟବସ୍ଥା କରାଯାଇଛି।ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇ ଥିବେ।ବିଧବା ବ୍ରତ ଧାରିଣୀଙ୍କୁ ଓ ନୂତନ ଆବେଦନକାରୀ ଙ୍କୁ ପ୍ରାଧାନ୍ୟ ଦିଆଯିବ।
ଅନଲାଇନ ରେ ପଞ୍ଜିକରଣ କରି ହିତାଧିକାରୀ ଭାବେ ଚୟନ ହୋଇଥିବା ମା ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସେମାନ ଙ୍କୁ ସୂଚନା ଦିଆଯିବ। ବିନା ପଞ୍ଜିକରଣ ରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତି ଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ।ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି।