ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି ଯେ, " ଯେଉଁମାନେ ବି ସଂପୃକ୍ତ ଅଛନ୍ତି କାହାକୁ ଛଡ଼ା ଯିବନି । ଯିଏ ପ୍ରଶ୍ନପତ୍ର ଲିକ୍ କରିଛି, ସେ ଯେତେ ବଡ଼ ଲୋକ ହେଉ ନା କାହିଁକି ଛଡ଼ା ଯିବ ନାହିଁ । ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ।
ସୂଚନା ଯୋଗ୍ୟ, ପ୍ରଶ୍ନ ପତ୍ର ଲିକ ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିବ ଓ ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଆଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏନେଇ ଡ଼ିଆଇଜି ବାତୁଳା ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କଳାହାଣ୍ଡି ଭେଜିପଦାର ହାଇସ୍କୁଲର ଶିକ୍ଷକ ପ୍ରଶାନ୍ତ କୁମାର ଖମାରି ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଯେଉଁ ପ୍ରଶ୍ନ ପତ୍ର ଲିକ ହେଇଥିଲା ତାହାକୁ ଓଡ଼ିଆ ରେ ଟ୍ରାନ୍ସଲେଟ କରି ଅନ୍ୟ ଶିକ୍ଷକ ମାନଙ୍କୁ ବିକ୍ରି କରିଥିଲା ପ୍ରଶାନ୍ତ । ବହୁତ ଶିକ୍ଷକଙ୍କୁ ବିକ୍ରି କରିଛି ପ୍ରଶ୍ନ ପତ୍ର ।
ତେବେ ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ତଥା ମାମଲାର କିଙ୍ଗପିନ ଜିତନ ମହାରଣା ଓ ଗିରଫ ଅନ୍ୟ ସହଯୋଗିଙ୍କ ସହାୟତାରେ ମୂଳ ପ୍ରଶ୍ନପତର ହାତ ଲେଖା ନକଲ ପ୍ରସ୍ତୁତ ହୋଇ ଥିଲା । ଯାହାକୁ ପ୍ରସ୍ତୁତ ପ୍ରସ୍ତୁତ କରିଥିଲେ ଏହି ଶିକ୍ଷକ। କାଗଜରେ ପ୍ରଶ୍ନ ସହ ଉତ୍ତର ମଧ୍ୟ ଲେଖି ଥିଲେ। ହାତ ଲେଖା ନକଲକୁ ଓଡ଼ିଆରେ ଅନୁବାଦ ମଧ୍ୟ କରାଯାଇ ଥିଲା। ଯାହାକୁ ନେଇ କ୍ରାଇମବ୍ରାଞ୍ଚ ଆଜି ଅଭିଯୁକ୍ତ ଶିକ୍ଷକ କୁ ଗିରଫ କରିଛି। ଅନ୍ୟପଟେ ବୋର୍ଡ ଉପଭାପତି ନିହାର ମହାନ୍ତି ପରୀକ୍ଷା ପ୍ରଶ୍ନ ପତ୍ର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ତୁଲାଇଥିଲେ । କିନ୍ତୁ ତାଙ୍କ ଲ୍ୟାପଟପ ରୁ ପେନ ଡ୍ରାଇଭ ଜରିଆରେ ପ୍ରଶ୍ନ ପତ୍ର ଲିକ ହେଲା କମିଟି ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ତଦନ୍ତ ପରେ ସମସ୍ତ ସତ୍ୟାସତ୍ୟ ସମ୍ନାକୁ ଆସିବା ସହିତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।