ଆଜି ଚିହ୍ନଟ ହୋଇଥିବା ୧୪୧ ନୂଆ ଆକ୍ରାନ୍ତ କେଉଁ କେଉଁ ଜିଲ୍ଲାରୁ ଜାଣନ୍ତୁ
Khabar Odisha:New-positive-case-details
ଭୁବନେଶ୍ୱର, ଜୁନ ୨( ଖବର ଓଡ଼ିଶା):

 ରାରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୧୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଆଜି ୧୮ ଜିଲ୍ଲାରୁ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ  ୨୭, ଯାଜପୁର ରୁ ୧୦, ଖୋର୍ଦ୍ଧା ରୁ ୨୬, ବାଲେଶ୍ୱର ରୁ ୨ , କେନ୍ଦ୍ରାପଡ଼ା ରୁ ୧୩, କଟକ ରୁ ୬, ପୁରୀ ରୁ ୫, ବଲାଙ୍ଗୀର ରୁ ୭, ଜଗତସିଂହପୁର ରୁ ୪, ନୟାଗଡ଼ ରୁ ୧. ସୁନ୍ଦରଗଡ଼ ରୁ ୮, ନୂଆପଡ଼ା ରୁ ୧, ଗଜପତି ରୁ ୪, କେନ୍ଦୁଝର ରୁ ୪ , ମୟୁରଭଞ୍ଜ ରୁ ୧, ଅନୁଗୁଳ ରୁ୧,ଢେଙ୍କାନାଳ ରୁ ୨, ସମ୍ବଲପୁର ରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment