ସମ୍ବଲପୁର ସହରକୁ ଅଧିକ ସ୍ୱଚ୍ଛତା ତଥା ପରିମଳ କରିବାକୁ ମହାନଗର ନିଗମ ସମ୍ବଲପୁର ପକ୍ଷରୁ ସଫାଇ ଆପନୋ ବିମାରୀ ଭଗାଓ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନଟି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୮ ଗୋଟି ୱାର୍ଡ ରେ ଆରମ୍ଭ କରାଯାଇଥିବା ବେଳେ ଏହା ୨୧ ଦିନ ଧରି ଚାଳିବ। ଏହି ଅଭିଯାନରେ ଲୋକଙ୍କ ମଧ୍ୟରେ ନିଜ ଅଞ୍ଚଳକୁ କିପରି ସ୍ୱଚ୍ଛତା ରଖିବେ ଓ ଆବର୍ଜନା ସଂଗ୍ରହ ଗାଡ଼ିରେ ଲୋକେ କିପରି ଆବର୍ଜନା ସୁରୁଖୁରୁରେ ଦେବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଏପରି ଅଭିଯାନ ମାଧ୍ୟମରେ ସହରକୁ ଅଧିକ ସ୍ୱଚ୍ଛତା ଆଣିବାକୁ ମହାନଗର ନିଗମ ପକ୍ଷରୁ ପ୍ରୟାସ କରାଯାଉଛି। ଏହି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୨୪ କୁ ପରିଦର୍ଶନ କରିଛନ୍ତି ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ମୃଦୁଲା ଠାକୁର ପ୍ରଧାନ। ଶ୍ରୀମତୀ ପ୍ରଧାନ ଏହି ଅଭିଯାନ ରେ ସଫେଇ କରାଯାଉଥିବା ନନ୍ଦପଡା, ଝାଡୁଆପଡା, କଂସାରିପଡା, ହାଟପଡା, ଦଲେଇପଡା ,ସମେତ ବିଭିନ୍ନ ଅଞ୍ଚଳକୁ ବୁଳି ଦେଖିବା ସହ ସ୍ଥାନୀୟ ଅଞ୍ଚଳବାସିନ୍ଦା, ଜିଲ୍ଲାପାଳ, ମହାନଗର ନିଗମ କମିଶନର ଙ୍କ ସହ ଆଲୋଚନା କରିଥିଲେ। ତେବେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନକୁ ଶ୍ରୀମତି ମୃଦୁଲା ଠାକୁର ପ୍ରଧାନ ପ୍ରଶଂସା କରିବା ସହ ଏହା ଦ୍ୱ।ରା ସହର ରେ ଅଧିକ ସ୍ୱଛତା ଅଣାଯାଇ ପାରିବ ବୋଳି ଆଶା ପ୍ରକାଶ କରିଥିଲେ।