ବୌଦ୍ଧ ହରଭଙ୍ଗା ମୁଷାଡ଼ ଗାଁରେ ଗଣେଶ ପୂଜାର ବାସି ଭୋଗ ଖାଇ ୫୫ରୁ ଅଧିକ ଲୋକ ଗୁରୁତର ହୋଇପଡିଥିଲେ । ଏକକାଳୀନ ଏତେ ଲୋକ ଅସୁସ୍ଥ ହୋଇପଡିବା ଦେଖି ଲୋକେ ଛାନିଆ ହୋଇ ଯାଇଥିଲେ। ଏହାପରେ ଅସୁସ୍ଥ ଲୋକଙ୍କ ପରିବାଲ ଲୋକେ ସେମାନଙ୍କୁ ତୁରନ୍ତ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରିସ୍ଥିତି ଏପରି ହେଲା ଯେ ଚାହୁଁ ଚାହୁଁ କିଛି ସମୟ ମଧ୍ୟରେ ନିକଟତମ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଶଯ୍ୟା ପୂରିଗଲା।
ସୂଚନା ଅନୁଯାୟୀ , ଗଣେଶ ପୂଜାର ବାସି ଭୋଗ ଖାଇ ୫୫ରୁ ଅଧିକ ଲୋକ ଗୁରୁତର। ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକ ଲୋକଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ବୌଦ୍ଧ ଉପଜିଲ୍ଲାପାଳ ମେଡିକାଲରେ ପହଞ୍ଚି ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ମେଡିକାଲ ଟିମକୁ ପୁରା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆମ୍ବୁଲାନ୍ସକୁ ଜରୁରୀ କାଳୀନ ଭିତ୍ତିରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଆନନ୍ଦପୁରରେ ଖାଦ୍ୟ ବିଷକ୍ରିୟାରୁ ୧୧ ଜଣ ଅସୁସ୍ଥ ହୋଇଥିବା ମଧ୍ୟ ସୂଚନା ମିଳିଛି। ସମସ୍ତ ଅସୁସ୍ଥଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ୧୧ ଜଣ ନନ୍ଦିପଦା ଥାନା ଅମୃତପୁର ଗାଁର ବୋଲି ଜଣାପଡ଼ିଛି।
ଅଧିକ ପଢନ୍ତୁ ; ହ୍ୱାଟ୍ସଆପ ଲିଙ୍କ କ୍ଲିକ୍ କରିବାରୁ ଆକାଉଣ୍ଟରୁ କଟିଗଲା ୯୦ ହଜାର