ଆଜି ଠାରୁ ଖୋଲିବ ମାର୍କେଟ ବିଲ୍ଡିଂ, ଜିଦ୍‌ରେ ଅଟଳ ଉଠାଦୋକାନ, ୧ ପ୍ଲାଟୁନ ଫୋର୍ସ ମୁତୟନ
Khabar Odisha:Market-Building-Atal-Pickering-Shop-1st-Platoon-Force-Muttyan-will-be-reopened-from-today
ଭୁବନେଶ୍ବର, ଅଗଷ୍ଟ 4(ଖବର ଓଡ଼ିଶା):

ଆଜି ଠାରୁ ଖୋଲିବ ମାର୍କେଟ ବିଲ୍ଡିଂ । ଗତ ୫ ଦିନ ଧରି ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜିଠାରୁ ପୋଲିସ୍ ସୁରକ୍ଷା ରେ ଖୋଲିବା ନେଇ ସୁଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ।

ସଂଘ ଦାବି କରିଛି, କୌଣସି ପରିସ୍ଥିତିରେ ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂ ପରିସରରେ ପ୍ରବେଶ କରାଇ ଦିଆଯିବନି । ସେପଟେ ଜିଦ୍‌ରେ ଅଟଳ ଉଠାଦୋକାନୀ ।

ହଟିବୁ ନାହିଁ, ବରଂ ସେହିସ୍ଥାନରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି । ଫଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଏମ୍‌ସି ଉଠାଦୋକାନୀଙ୍କୁ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଛି ।

ଉଠାଦୋକାନୀ ବସିବା ମାତ୍ରେ ସେମାନଙ୍କୁ ସଙ୍ଗେ ସଙ୍ଗେ ଉଠାଇ ଦିଆଯିବ । ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଜଣେ ଏଏସ୍‌ଆଇ ର‌୍ୟାଙ୍କର ଅଧିକାରୀ ମାର୍କେଟ ବିଲ୍ଡିଂ ସୁରକ୍ଷା ଦାୟିତ୍ୱରେ ରହିବେ ।

  • Tags:

Subscribe

National International State Sports Entertainment