ଭୁୁବନେଶ୍ୱର:ଅଦିନିଆ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଯାହା କିଛି ଭଲ ଧାନ ରହିଛି ତାକୁ କେମିତ ମଣ୍ଡିରେ ବିକିବେ ସେ ନେଇ ଅକଳରେ ପଡିଛନ୍ତି ଚାଷୀ । ତେବେ ଏହା ମଧ୍ୟରେ ଚାଷୀଙ୍କ ପାଇଁ କିଛିଟା ଆଶ୍ୱସ୍ତିକର ଖବର ଦେଇଛନ୍ତି ରାଜ୍ୟ ସରକାର । ଏବେ ଫେବୃଆରୀ ୨୮ ନୁହେଁ ବରଂ ଆଉ ୧୫ ଦିନ ମଣ୍ଡି ଖୋଲା ରହିବ। ଅର୍ଥାତ ମାର୍ଚ୍ଚ ୧୫ ତାରିଖ ଯାଏ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ଦେବେ। ଏନେଇ ଚାଷୀ ମାନେ ବିବ୍ରତ ନହେବାକୁ ମନ୍ତ୍ରୀ ଅପିଲ କରିଛନ୍ତି। କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯିବ । ଅନ୍ୟପଟେ, ରାଜ୍ୟରେ ଅନେକ ନକଲି ଚାଷୀ ଅଛନ୍ତି। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ଚାଷୀ ପଞ୍ଜିକରଣ କରାଯାଉଛି। ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ତାଲିକା ପ୍ରସ୍ତୁତ କରାଯାଉଛି।
ମନ୍ତ୍ରୀ କହିଛନ୍ତି, ରାସନ କାର୍ଡ଼ରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି। ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି।