ଆଜି ଚିଲିକା ପରିଦର୍ଶନରେ ମହାନଦୀ ଟ୍ରିବ୍ୟୁନାଲ ପ୍ରତିନିଧି ଦଳ । ସାତପଡ଼ାରୁ ମୀର୍ଜାପୁର ଯାଇ ସେଠାରୁ ବୋଟ୍ ଯୋଗେ ଚିଲିକା ମୁହାଣକୁ ଯାଇଥିଲେ। ଚିଲିକା ଯାଇ ସେଠାରେ ମୁହାଣର ସ୍ଥିତି ଅନୁଧ୍ୟାନ କରିଛନ୍ତି ଟ୍ରିବ୍ୟୁନାଲ୍ ପ୍ରତିନିଧି ଦଳ । ଏହି ଟିମରେ ୪ ଜଣ ଅବସରପ୍ରାପ୍ତ ବିଚାରପତି ସାମିଲ ଅଛନ୍ତି । ଏବଂ ଛତିଶଗଡ଼ର ଉଚ୍ଚ ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ଅଛନ୍ତି । ଏଥିରେ ଓଡ଼ିଶାର ବିଶେଷଜ୍ଞ କମିଟି ଓ ପୁରୀ ଜିଲ୍ଲାପାଳ ମଧ୍ୟ ସାମିଲ ଅଛନ୍ତି ।