ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା' ମଙ୍ଗଳା । ଆଜି ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା । ଚୈତ୍ର ମାସରେ ପ୍ରତି ମଙ୍ଗଳବାର ଦିନ କରାଯାଉଥିବା ପନ୍ଥେଇ ଓଷା ଆଜି ଶେଷ ହୋଇଛି । ବିବାହିତା ମହିଳାମାନେ ମଝି ରାସ୍ତାରେ ପୂଜା କରି ତାଙ୍କର ଓଷା ସାରିଛନ୍ତି । ଚୈତ୍ର ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ହୋଇଉଠିଥିଲା କାକଟପୁର । କାହିଁ କେଉଁ ଦୂରରୁ ମା' ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ଆସିଛନ୍ତି । ଚୈତ୍ର ପୂର୍ଣ୍ଣିମା ଅବସରରେ ମା' ମଙ୍ଗଳାଙ୍କୁ ରାଜରାଜେଶ୍ୱରୀ ସୁସଜ୍ଜିତ କରାଯାଇଥିଲା ।
କାକଟପୁରରେ ଝାମୁଯାତ୍ରା ପାଇଁ ଭୋର ୩ଟା ସମୟରେ ମା’ଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା କରାଯାଇଥିଲା। ଏହାପରେ ମା'ମଙ୍ଗଳାଙ୍କୁ ରାଜାରାଜେଶ୍ଵରୀ ବେଶରେ ସୁସଜ୍ଜିତ କରାଯାଇଥିଲା । ଏହାପରେ ସାଧାରଣ ଦର୍ଶନ ପାଇଁ ଦ୍ୱାରା ଖୋଲାଯାଇଥିଲା । ମାଆଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ କୃତକୃତ୍ୟ ହୋଇଛନ୍ତି । ଝାମୁଯାତ୍ରାରେ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁମାନେ କିପରି ସୁବିଧାର ସହ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହିତ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ଶୃଙ୍ଖଳିତ ଭାବେ ମାଆଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ ।
ଅଧିକ ପଢନ୍ତୁ :ମା' ନାକିଟିଭବାନୀଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ