ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଶିଶୁ ଶ୍ରମିକ ନିରାକରଣ ରଥ ଶୁଭାରମ୍ଭ ହୋଇଯାଇଛି । ଶିଶୁ ଶ୍ରମିକ ରୋକିବା ଉଦ୍ଧେଶ୍ୟରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଥିଲେ ।
ଶିଶୁ ମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ ନ କରିବା ପାଇଁ ଏହି ରଥ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିଭ୍ରମଣ କରିବା ସହ ଲୋକଙ୍କ ମଧ୍ୟରେ ଏନେଇ ଜନ ସଚେତନତା ସୃଷ୍ଟି କରିବ। ବିଶେଷ କରି ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଶିଶୁ ଶ୍ରମିକ ନିୟୋଜିତ ଏକ ଦଣ୍ଡନିୟ ଅପରାଧ ଅଟେ । ତେଣୁକରି ସମ୍ବଲପୁର ଜିଲ୍ଲାରେ ଶିଶୁ ଶ୍ରମିକ ରୋକିବା ସହ ଶିଶୁଙ୍କୁ ଶିକ୍ଷା ଦେଇ ଏକ ସୁସ୍ଥ ସମାଜ ଗଠନ କରାଯିବା ଉପରେ ଗୁରୁତ୍ଵାରୋପ କରାଯାଇଛି । ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜଳ କଲେ ଏକ ସୁସ୍ଥ ସମାଜ ଓ ବିକଶିତ ଦେଶ ଗଠନ କରାଯାଇ ପାରିବ ବୋଲି ମତପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ଏହି ସଚେତନତା ରଥ ଶୁଭାରମ୍ଭ ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।