ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଭାରତୀୟ ଟିମ୍ର ବିଜୟ ପାଇଁ କୋଚ୍ ଗୌତମ ଗମ୍ଭୀରଙ୍କ ସମେତ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ ତିଲକ ବର୍ମା ପୁରୀ ଶ୍ରୀମନ୍ଦିରରେ ପହଂଚି ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି।
ତେବେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ। ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି। ଆଜିର ମ୍ୟାଚ ଜିତିବା ନେଇ ବେଶ ଆଶାବାଦୀ ଅଛନ୍ତି ଭାରତୀୟ ଦଳ। ତେବେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି ଭାରତ। ତେଣୁ t-୨୦ ରେ ମଧ୍ୟ ସେହି ବିଜୟର ଶୃଙ୍ଖଳା ବଜାୟ ରହିବ ବୋଲି କ୍ରିକେଟ ଫ୍ୟାନମାନେ ଆଶା ରଖିଛନ୍ତି।
ତେବେ ପୂର୍ବରୁ ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇସାରିଛି। ଏପରିକି ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ମଧ୍ୟ ହୋଇଛି। ତେଣୁ ଆଜିର ଏହି ମ୍ୟାଚ ମେନ ଇନ ବ୍ଲୁ ଙ୍କ ପାଇଁ ଏକ ଚାଲେଞ୍ଜ ପାଲଟିଛି। ଆଜିର ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ ସମ୍ପୂର୍ଣ ପ୍ରସ୍ତୁତ ଥିବା ବେଳେ ମ୍ୟାଚକୁ ନେଇ ଖେଳପ୍ରେମୀଙ୍କ ପାଇଁ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ : India VS South Africa: ଆଜି ବାରଟାବୀରେ ଜବରଦସ୍ତ ଲଢେଇ ହେବ