ସମ୍ବଲପୁର : ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ରେଙ୍ଗାଲି ନୂଆ ରମ୍ପେଲା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲା ଶାଖାର ୯ ଗୋଟି ବ୍ଲକ ଶାଖାର ଶତାଧିକ ସାମ୍ବାଦିକ ଉପସ୍ଥିତ ରହିଥିଲେ। ଏହି ଅବସରରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ସଭାପତି ଭାବେ ହିମାଂଶୁ ଶେଖର ମିଶ୍ର ପୁଣିଥରେ ମନୋନୀତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସୁକାନ୍ତ କର ମନୋନୀତ ହୋଇଛନ୍ତି।
ଏଥିସହ ସାଧାରଣ ସମ୍ପାଦକ ଭାବରେ ସରୋଜ ସାହୁ ପୁନଶ୍ଚ ନିର୍ବାଚିତ ହୋଇଛନ୍ତି। ରେଙ୍ଗାଲିର ବରିଷ୍ଠ ଓକିଲ ଲଳିତ କୁମାର ଜେନା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରି ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ପଶ୍ଚିମ ଓଡିଶା ପ୍ରାନ୍ତୀୟ ସଂପାଦକ ରମାକାନ୍ତ ବିଶ୍ୱାଳ, ରାଜ୍ୟ ଉପସଭାପତି ସୁଶାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜନକଲ୍ୟାଣକାରୀ ସାମାଜିକ କାର୍ଯ୍ୟକ୍ରମ, ସାମ୍ବାଦିକଙ୍କ ସାମୁହିକ ବିକାଶ ପାଇଁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ସଂଘ ପକ୍ଷରୁ ନିରବଛିନ୍ନ ଭାବରେ ଉଦ୍ୟମ ଜାରି ରହିବ ବୋଲି ନବନିର୍ବାଚିତ ସଭାପତି ହିମାଂଶୁ ଶେଖର ମିଶ୍ର କହିଥିଲେ।