ଶ୍ରୀ ମନ୍ଦିର ନାଟମଣ୍ଡପକୁ ନେଇ ଚାଲିଛି ବିବାଦ । ସମ୍ପୂର୍ଣ୍ଣ ହୋଇପାରୁନି ନାଟମଣ୍ଡପ ମରାମତି କାର୍ଯ୍ୟ । ଏହି ପ୍ରସଙ୍ଗରେ କିଛି ଦିନ ତଳେ ଏଏସଆଇଙ୍କ ଉପରେ ଝାଡିଥିଲେ ହାଇକୋର୍ଟ ।ତେବେ ତୁରନ୍ତ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । ବିଳମ୍ବ ହେଲେ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଦୁଇ ଦିନ ଭିତରେ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆରମ୍ଭ କରିବାକୁ ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ ।
ନାଟମଣ୍ଡପ ମରାମତିର ତାରିଖ ଶୁଣାଣି ସମୟରେ ଏଏସ୍ଆଇ ଦର୍ଶାଇଥିଲା ଯେ ନିକଟରେ ବିଭିନ୍ନ ଅଂଶୀଦାରଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମରାମତି କାର୍ଯ୍ୟ ୨୦୨୪ ଜାନୁଆରି ୨୦ରୁ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହାକୁ ହାଇକୋର୍ଟ ଗ୍ରହଣ କରିନଥିଲେ। ବରଂ ଦୁଇଦିନ ଭିତରେ ହିଁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ରୋକଠୋକ ଶୁଣାଇଥିଲେ। ଏହି କଥାରେ କୌଣସି ପ୍ରତିକ୍ରିୟା ରଖିବାକୁ ମଧ୍ୟ ମନ କରିଦେଇଥିଲେ । ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି ।
ଶୁଣାଣିରେ ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି କି ଏହି କାର୍ଯ୍ୟର ଅଗ୍ରଗତି ନେଇ ଆମିକସକ୍ୟୁରି ୧୫ ଦିନରେ ଥରେ ରିପୋର୍ଟ ଦାଖଲ କରିବେ।ରିପୋର୍ଟ ଦ୍ୱାରା ଜଣାପଡିବା କି ନାଟମଣ୍ଡପ ମରାମତି କେତେଦୂର ଆଗେଇଛି । କେବଳ ସେତିକି ନୁହେଁ, ପରବର୍ତ୍ତୀ ଶୁଣାଣି ସମୟରେ ନାଟମଣ୍ଡପ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ଆମିକସକ୍ୟୁରି ଓ ଏଏସ୍ଆଇ ଅବଗତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ ଭାବେ କହିଥିଲେ।ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୪କୁ ଧାର୍ଯ୍ୟ କରାଯାଇଛି।
ଅଧିକ ପଢନ୍ତୁ :ଶ୍ରୀମନ୍ଦିର ପରିସରରେ ପାନ ଗୁଟଖା ଖାଉଥିଲେ ହୋଇଯାଆନ୍ତୁ ସାବଧାନ !