ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି । ଅଦାଲତ ଅବମାନନା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି। ୨୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଇବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ହାଜର ନୁହେଁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କରି ଅଡୁଆରେ ପଡିଛନ୍ତି IAS ଅରବିନ୍ଦ ଅଗ୍ରୱାଲ। କୁଜଙ୍ଗ କଲେଜର ଜଣେ ଅବସରପ୍ରାପ୍ତ ରିଡର ତପନ ପଟ୍ଟନାୟକଙ୍କ ମାମଲାରେ ୱାରେଣ୍ଟ ଜାରି କରିଛନ୍ତି ହାଇକୋର୍ଟ। ଆସନ୍ତା ୨୨ ତାରିଖରେ ହାଜର କରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ୨୨ ମଧ୍ୟରେ ସେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ, ଗିରଫଦାରୀରୁ ମୁକ୍ତି ମିଳିବ।
ଅଧିକ ପଢନ୍ତୁ: ଜନଗଣନା ପାଇଁ ଘୋଷଣା ହେଲା ତାରିଖ; ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା