ପ୍ରଥମେ ହତ୍ୟା ଓ ପରେ ଯୋଜନାବଦ୍ଧ ଭାବେ ଅପହରଣ କରି ରାୟଗଡ଼ରେ ହତ୍ୟା, ୪ ଜଣ ଥାନାରେ ଅଟକ ଦେବଗଡ଼ ,ସେପ୍ଟେମ୍ବର 28(ଖବର ଓଡ଼ିଶା): Share story: ପ୍ରଥମେ ହତ୍ୟା ଓ ପରେ ଯୋଜନାବଦ୍ଧ ଭାବେ ଅପହରଣ କରି ରାୟଗଡ଼ରେ ହତ୍ୟା । ଭଲ ପାଉଥିବା ଯୁବତୀଙ୍କ ପରିବାର ଲୋକ କଡା ବିରୋଧ କରୁଥିବା ବେଳେ ଜିଦ୍ କରି ଭଲ ପାଉଥିଲେ ଯୁବକ ଓ ଶେଷରେ ଗଲା ଜୀବନ । ଯାହା ବର୍ତ୍ତମାନ ଯୁବତୀଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ମୃତ ଯୁବକ ଜଣକ ହେଲେ ଦେବଗଡ଼ ଜିଲ୍ଲା ହାତୀଶାଳସାହିର ଶ୍ରୀନିବାସ ରାଓ । ପରିବାରଲୋକଙ୍କ ଲିଖିତ ଏତଲା ଆଧାରରେ ପୁଲିସ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୁଚନା ଅନୁସାରେ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ କପଡା ଦୋକାନରେ କାମ କରୁଥିଲେ ଶ୍ରୀନିବାସ ରାଓ । ବନ୍ଧମୁଣ୍ଡା ରୋଡ ଫଟାପାଇପ୍ ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ଯୁବତୀଙ୍କ ପରିବାର ଲୋକ କଡା ବିରୋଧ କରୁଥିଲେ। ତେବେ ଏହି ହତ୍ୟା ଘଟଣାରେ ପୁଲିସ ୪ ଜଣକୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ଖବର ଓଡ଼ିଶା, Reporter, 27/09/2022