କଟକ ଘରୋଇ ହସ୍ପିଟାଲରେ ଲାଗିଲା ନିଆଁ । ପୁରୀଘାଟ ଥାନା ନିକଟ ରାଧାରମଣ ହସ୍ପିଟାଲର ୩ୟ ମହଲା ଆଇସିୟୁରେ ନିଆଁ ଲାଗିଛି । ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଦମକଳ ବାହିନୀ । ତେବେ କେମିତି ନିଆଁ ଲାଗିଲା ତାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ଅନ୍ୟପଟେ ଉଦ୍ଧାର ହୋଇଥିବା ରୋଗୀଙ୍କ ପାଇଁ କୌଣସି ପ୍ରାଥମିକ ବ୍ୟବସ୍ଥା ନଥିବା ଜଣାପଡ଼ିଛି । ରୋଗୀମାନଙ୍କୁ ଉଦ୍ଧାର ପରେ ସିଧାସଳଖ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଉଛି । ଉପର ମହଲାରେ ନିଆଁ ଲାଗିଥିବା ବେଳେ ଅନ୍ୟ କୌଣସି ମହଲାକୁ ନିଆଁ ବ୍ୟାପିନଥିବା ଜଣାପଡ଼ିଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।