ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉତ୍ପାତ । ଆଉ ହାତୀ ଆତଙ୍କରେ ଜଣଙ୍କ ପରେ ଜଣଙ୍କର ଜୀବନ ଯିବାରେ ଲାଗିଛି ।
ସୂଚନା ଅନୁସାରେ , ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗେରେଡା ପଞ୍ଚାୟତରେ ହାତୀ ଘଉଡ଼ାଇବାକୁ ଯାଇ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ତାରାସିଂଗ ଥାନା ଅଞ୍ଚଳରେ ହାତୀ ଧାନ ଫସଲ ନଷ୍ଟ କରୁଛନ୍ତି । ଫସଲକୁ ହାତୀଙ୍କ କବଳରୁ ରକ୍ଷା କରିବା ପାଇଁ ଏହି ଗ୍ରାମର କାନ୍ହୁ ଗୌଡ଼ ପ୍ରତିଦିନ ଠେଙ୍ଗା ଓ ଟର୍ଚ୍ଚ ଧରି ରାତିରେ ଘରୁ ବାହାରି ପଡ଼ନ୍ତି । ଗତକାଲି ସେ ରାତିରେ ବାହାରିପଡ଼ିଥିଲେ । କିନ୍ତୁ ଆଜି ସେ ସକାଳୁ ନ ଫେରିବାରୁ ପରିବାର ଲୋକେ ସନ୍ଦେହ କରି ଥାନାର ଆଶ୍ରୟ ନେଇଥିଲେ । ଗ୍ରାମ ନିକଟ ଜଳାଶୟରେ ତାଙ୍କର ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଥିଲା । ଏବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ , ବନବିଭାଗକୁ ଯେତେ କହିଲେ ବି ବନବିଭାଗ କର୍ମଚାରୀ ମାନେ ତାଙ୍କ କଥା ଶୁଣୁନାହାନ୍ତି । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଗ୍ରାମ ଭିତରକୁ ହାତୀମାନେ ପ୍ରବେଶ କରୁଛନ୍ତି ।
କେତେବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଲୋକମାନଙ୍କ ଘର ଭାଙ୍ଗି ଦେଉଛନ୍ତି । ଭୟରେ ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଏଥିପାଇଁ ଗ୍ରାମବାସୀ ମାନେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଆଗକୁ ପଢନ୍ତୁ :- ସଇତାନ ସାଜିଲା ବାପା । ନିଜ ହାତରେ ନିଜ କଅଁଳ ଛୁଆର ତଣ୍ଟି ଚିପି ହତ୍ୟା କଲା ବାପା