ସଇତାନ ସାଜିଲା ବାପା । ନିଜ ହାତରେ ନିଜ କଅଁଳ ଛୁଆର ତଣ୍ଟି ଚିପି ହତ୍ୟା କଲା ବାପା । ଦୁନିଆଁ କଣ ଦେଖିବା ପୂର୍ବରୁ ୪ ବର୍ଷର ନିରୀହ ଛୁଆର ଜୀବନ ନେଇଗଲା ବାପା ।
ଏମିତି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି , ରାଉଲକେଲା ଜିଲ୍ଲାରେ । ସୂଚନା ଅନୁସାରେ , ରାଉଲକେଲା ଜିଲ୍ଲା କୁଳୁଙ୍ଗା ଫାଣ୍ଡି ଅନ୍ତର୍ଗତ ଗର୍ଜନ ପଞ୍ଚାୟତ ତୁମରନ ଗାଁରେ ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । ନିଜ ୪ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିଛି ବାପା । ଘଟଣାସ୍ଥଳରେ ବ୍ରାହ୍ମଣୀ ଥାନା ପୋଲିସ ପହଞ୍ଚି ସମ୍ପୂକ୍ତ ବାପାକୁ ଅଟକ ରଖିଛି । ଏବଂ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତେବେ କଣ ପାଇଁ ଜଣେ ବାପା ଏଭଳି ଏକ ଜଗନ୍ୟ କାଣ୍ଡ କରିବାକୁ ଗଲେ ସେ ନେଇ ଚାରିଆଡେ ଏକ ଆଶ୍ଚର୍ଯ୍ୟକର ବାତାବରଣ ସୃଷ୍ଟି ହୋଇଛି । ହତ୍ୟା କରିବା ସମୟରେ ଘରର ଅନ୍ୟ ସଦସ୍ୟ ମାନେ କଣ କରୁଥିଲେ ଓ କେଉଁଠି ଥିଲେ ସେ ନେଇ ଅଧିକ ପଚାରାଉଚରା କରୁଛି ପୋଲିସ ।
ଆଗକୁ ପଢନ୍ତୁ :- କଳିଙ୍ଗା ଘାଟୀରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍ : ଡ୍ରାଇଭର ଗୁରୁତର