କଟକ : ନକଲି ବିଦେଶୀ ମଦ ରାକେଟ ଠାବ। ଅବକାରୀ ବିଭାଗର କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ କଟକ ଜିଲ୍ଲା ଆଠଗଡର ମୈତ୍ରୀ ନଗର ଓ ଢେ଼ଙ୍କାନାଳ ହିନ୍ଦୋଳର ବାଉଁଶପୋଖରୀ ଅଞ୍ଚଳରୁ ଏହି ନକଲି ବିଦେଶୀ ମଦ ଠାବ କରିଛି। ତେବେ ପାଖାପାଖି ୭୦୦ ପେଟି ବିଦେଶୀ ମଦ ଜବତ ହୋଇଛି। ତେବେ ଏହି ମାମଲାରେ ୪ ଜଣଙ୍କୁ ଗିରଫ ହୋଇଥିବା ବେଳେ ଗୋଟିଏ ଗାଡ଼ି ଜବତ କରାଯାଇଛି। ତେଣୁ ଏ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।
ସୂଚନା ଅନୁସାରେ , କଟକ ଜିଲ୍ଲା ଆଠଗଡର ମୈତ୍ରୀ ନଗର ଓ ଢେ଼ଙ୍କାନାଳ ହିନ୍ଦୋଳର ବାଉଁଶପୋଖରୀ ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହାପରେ ଅବକାରୀ ବିଭାଗର ଗୁଇନ୍ଦା ଟିମ୍ ନିଜେ ଗ୍ରାହକ ସାଜି ତୋମଣ୍ଡୋ ଅଞ୍ଚଳରେ ପ୍ରଥମେ ମଦ କିଣିଥିଲେ। ଏହାପରେ ଗୁଇନ୍ଦା ଟିମ୍ ଉକ୍ତ ସ୍ଥାନରେ ପହଂଚି ଚଢ଼ାଉ କରିଥିଲା। ଯେଉଁଠି ପାଖାପାଖି ୭୦୦ ପେଟି ବିଦେଶୀ ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୭୭ ଲକ୍ଷ ଟଙ୍କା ହେବ। ତେବେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି କୋର୍ଟ ଚାଲାଣ କରାଯାଇ