ଯାଜପୁର : ଶୁକ୍ରବାର ବିଳମ୍ବିତ ରାତିରେ ସୁକିନ୍ଦା ଓଳିଆ ଗାଁ ଆଡୁ ଏକ ହାତୀ ଗୋବରଘାଟି କଲୋନୀରେ ପହଞ୍ଚି ଥିଲା । ଭୋରୁ ଭୋରୁ ଡ଼ୁବୁରୀ ଚଣ୍ଡିଖୋଲ ରାସ୍ତା ପାର ହୋଇ ଆମ୍ବ ଗାଡ଼ିଆ ବୀର ଭୂମି ଦେଇ ବେଲହୁରି ଆଡେ ଯାଉଥିବାର ଦେଖିବାକୁ ମିଳିଛି। ଏହି ହାତୀକୁ ନେଇ ଶନିବାର ସକାଳୁଆ ବିଦ୍ୟାଳୟକୁ ଆଖପାଖ ଅଞ୍ଚଳରେ ଛାତ୍ରଛାତ୍ରୀ ମାନେ ଆସିନଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏପଟେ ଟମକା ବନାଞ୍ଚଳ ଅଧିକାରୀ ହାତୀକୁ ନଜରରେ ରଖିଛନ୍ତି ଏବଂ ଏବେ ହାତୀଟି ସୁକିନ୍ଦା ବାଟାଲିୟନ ନିକଟରେ ଥିବା ସୂଚନା ଦେଇଛନ୍ତି । ଦିନକୁ ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ଯେଉଁ କାରଣରୁ ଉକ୍ତ ଅଂଚଳବାସୀମାନେ ମଧ୍ୟ ଭୟଭୀତ ହେଉଛନ୍ତି । ହାତୀ ସାରା ଅଂଚଳରେ ଆତଙ୍କ ଖେଳାଇଦେଇଛନ୍ତି । ହାତୀ ଗାଁ ଭିତରକୁ ପଶି ଲୋକଙ୍କ ଧନଜୀବନ ନଷ୍ଟ କରିବା ସହିତ ବହୁ କ୍ଷୟକ୍ଷତି କରୁଛନ୍ତି ।