ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ ହୋଇ ଯାଇଛି I ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କର ପ୍ରତିଭାକୁ ପ୍ରସ୍ଫୁଟିତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗର ଏକ ପ୍ରୟାସ I ଏହି କାର୍ଯ୍ୟକ୍ରମ ଟି ବାରିପଦା ସ୍ଥିତ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମ କୁ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଉଦଘାଟନ କରିଥିଲେ I ଜିଲ୍ଲାପାଳ ଶ୍ରୀ ସୟ ପିଲାମାନଙ୍କୁ ପ୍ରେରଣାତ୍ମକ ବାର୍ତା ଦେବା ସହିତ ସେମାନେ କିପରି ନିଜର ଭବିଷ୍ୟତ ଗଠନ କରି ପାରିବେ ଓ ଆଗକୁ ଯାଇ ପାରିବେ ସେ ସମ୍ପର୍କିତ ବାର୍ତା ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ଚନ୍ଦ୍ର ଘଡେଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଶଶୀଧର ସିଂ, ମୟୁରଭଞ୍ଜ କ୍ରୀଡା ସଂଗଠନ ର ସଚିବ ଶ୍ରୀ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ I
ସେହିଭଳି କାର୍ଯ୍ୟକ୍ରମର ଦ୍ଵିତୀଆର୍ଦ୍ଧେ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂଙ୍କୁ, ORMAS ର ଡେପୁଟି CEO ଶ୍ରୀ ବିମାନ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ I ଉଭୟ ପ୍ରଥମାର୍ଦ୍ଧ ଏବଂ ଦ୍ଵିତୀୟାର୍ଦ୍ଧ ର କାର୍ଯ୍ୟକ୍ରମକୁ ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ପରିଚାଳନା କରିଥିଲେ I ଜିଲ୍ଲାର ସମସ୍ତ ଶିଶୁ ଗୃହ ରେ ରହୁଥିବା ପିଲାମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ I ଉତ୍ସାହ କାର୍ଯକ୍ରମ ଅଧୀନରେ ଦୌଡ, ଚେସ, କେରୋମ, ହାଇ ଜମ୍ପ , ଲଙ୍ଗ ଜମ୍ପ ଏବଂ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ଉତ୍ତୀର୍ଣ ହୋଇଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ସମ୍ମାନିତ କରାଯାଇଥିଲା I ଉତ୍ତୀର୍ଣ ପିଲାମାନଙ୍କ ମଧରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ମାନେ ରାଜ୍ୟସ୍ତରରେ ଅନୁଷ୍ଠିତ ହେଉଥିବା ଉତ୍ସାହ କାର୍ଯକ୍ରମରେ ଭାଗ ନେବେ ଏବଂ ରାଜ୍ୟ ସ୍ତରରେ ଉତ୍ତୀର୍ଣ ପିଲା ମାନେ କେନ୍ଦ୍ର ସ୍ତରୀୟ ଉତ୍ସାହ ରେ ଭାଗ ନେବାର କାର୍ଯ୍ୟକ୍ରମ ରହି ଅଛି I ସେହି ପରି ମହକ କାର୍ଯ୍ୟକ୍ରମ ମାଧ୍ୟମରେ ଚିତ୍ରାଙ୍କନ, ନାଚ, ଗୀତ, ବକ୍ତୃତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ଉତ୍ତୀର୍ଣ ହୋଇଥିବା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାମାନଙ୍କୁ ସମ୍ମାନିତ କରାଯାଇଥିଲା I ସେହିପରି ଉତ୍ତୀର୍ଣ ପିଲାମାନଙ୍କ ମଧରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ମାନେ ରାଜ୍ୟସ୍ତରରେ ଅନୁଷ୍ଠିତ ହେଉଥିବା ମହକ କାର୍ଯକ୍ରମରେ ଭାଗ ନେବେ I ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ( ଆନୁଷ୍ଠାନିକ ସେବା) ଶ୍ରୀ ମଧୁସୂଦନ ରଥ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ ସମ୍ପାଦନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ( ଅଣଆନୁଷ୍ଠାନିକ ସେବା) ଶ୍ରୀ ଅମର କୁମାର ଦେ, ପରାମର୍ଶଦାତା ଶ୍ରୀ ଦିଲୀପ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ବ୍ରଜ କିଶୋରେ ଖୁଣ୍ଟିଆ, ନରେନ୍ଦ୍ର ନାଥ ସି , ସଞ୍ଜୟ କୁମାର ନାଏକ, ଶଙ୍କର ଚନ୍ଦ୍ର କର, ଶାନ୍ତିଦେବ ସାମଲ, ସଂଜୀପ କୁମାର ନାଥ, ଚନ୍ଦ୍ରଶେଖର ମହାପାତ୍ର, ଅଜିତ କୁମାର ଦେ, ଚାଇଲଡ ଲାଇନ ର ସଂଯୋଜକ ରଶ୍ମିତା ପରିଡା, ବିଷ୍ନୁପ୍ରିୟ ବେହେରା, ତପସ୍ୱିନୀ ନାୟକ, ମଧୁସ୍ମିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ I