ମୟୁରଭଞ୍ଜ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ନ ମିଳିବା ନେଇ ମୟୂରଭଞ୍ଜ ଜିଲ୍ଲାପାଳ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲ୍ଲାର ଏକାଧିକ ବ୍ଲକରେ ଶତାଧିକ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ । ଏକକାଳୀନ ୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ପ୍ରତି ବ୍ଲକକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ହେମକାନ୍ତ ସୟ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଡିତ ଥିବା ଅଧିକାରୀଙ୍କ କ୍ଷେତ୍ର ନିରିକ୍ଷଣ ନିମନ୍ତେ ଅନାଗ୍ରହ ଏବଂ କାର୍ଯ୍ୟ ସମ୍ପନ୍ନ ପାଇଁ ଅପାରଗତା କାରଣରୁ ଏହି ଲକ୍ଷ ପୂରଣ ହୋଇପାରୁନାହିଁ । ଯାହା ପାଇଁ ଏହି ଦରମା ବନ୍ଦ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବନି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏନେଇ ଜିଲ୍ଲାପାଳ ସବୁ ବ୍ଲକର ବିଡିଓଙ୍କୁ ଚିଠି ହୋଇଛି ।
ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଖରେ ପହଁଚି ପାରି ନାହିଁ । ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟରେ ଟ୍ୟାଗିଂ ପାଇଁ ୧୦୧୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ସେଥିମଧ୍ୟରୁ ୧୭୩ଜଣ ଠିକ୍ ଭାବେ କାମ କରୁଛନ୍ତି । ଅନ୍ୟ ୮୪୩ ଜଣଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଜିଲ୍ଲାପାଳ ହେମକାନ୍ତ ସୟ କଠୋର ମନୋଭାବ ଦେଖାଇଛନ୍ତି ।
ମନିଟରିଙ୍ଗ ଅଭାବରୁ ୬୩ ପ୍ରତିଶତ ଘରକୁ ପିଏମ ଆବସ ଯୋଜନା ପାଇବାକୁ ବଞ୍ଚିତ ହୋଇଛନ୍ତି । ଏନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ମାତ୍ର ଏ ପର୍ଯ୍ୟନ୍ତ ମୂଳ ଲକ୍ଷ୍ୟରୁ ୬୩ % କାମ ପଛରେ ଅଛି ।