ପୁରୀ: ଏହି ମାସଟି ବିରଳ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ସମୟ । ଏ ସମୟରେ ସମୁଦ୍ରରେ ମାଛ ଧରିବାରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ପୁରୀ ରାମଚଣ୍ତୀ ଠାରୁ ତଣ୍ତାହାର ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୧୫ କି.ମି ପର୍ଯ୍ୟନ୍ତ ବେଳାଭୂମିରେ ବିରଳ କଇଁଛ ଆସି ଅଣ୍ତା ଦେଇଥାନ୍ତି ।
ପ୍ରତିବର୍ଷ କଇଁଛଙ୍କ ଗଣଅଣ୍ଡାଦାନ ଲାଗି ସରକାରଙ୍କ ପକ୍ଷରୁ ନଭେମ୍ବରରୁ ସମୁଦ୍ର ମଧ୍ୟରେ ମାଛଧରା ସହ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମାତ୍ର ଚଳିତବର୍ଷ କଟକଣା ଜାରି ସତ୍ତ୍ବେ ଟ୍ରଲର ସାହାଯ୍ୟରେ ମତ୍ସ୍ୟଜୀବୀ ମାଛ ମାରୁଥିବା ଅଭିଯୋଗ ହୋଇଛି। ନିଷିଦ୍ଧାଞ୍ଚଳରେ ଟ୍ରଲର ଯୋଗେ ମାଛ ଧରିବା ଯୋଗୁଁ ଉପକୂଳରେ ୩ ଅଲିଭ୍ ରିଡ୍ଲେ କଇଁଛଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।