ଅସୁସ୍ଥ ହାତୀ ଶାବକଟିର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଶାବକର ମୃତ ଦେହ ଉଦ୍ଧାର କରାଯାଇଛି । ଅସୁସ୍ଥ ଦନ୍ତା ହାତୀ ଶାବକକୁ ୱାଇଲ୍ଡ ଲାଇଫ ଡାକ୍ତରଙ୍କ ସହ ଏକ ୨ ଜଣିଆ ଟିମ ଓ ବାଂଶପାଳ ଗୋଷ୍ଠି ପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିଲେ ।
ସୂଚନା ଅନୁସାରେ , ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଭେଜିଡିହୀ ଗାଁ ନିକଟ ଜଙ୍ଗଲ ରୁ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ଦନ୍ତା ହାତୀ ଶାବକଟି ଅସୁସ୍ଥ ଥିବାର ଜଣାପଡ଼ିଛି । ସୂଚନା ପାଇ ୱାଇଲ୍ଡ ଲାଇଫ ଡାକ୍ତରଙ୍କ ସହ ଏକ ୨ ଜଣିଆ ଟିମ ଓ ବାଂଶପାଳ ଗୋଷ୍ଠି ପ୍ରାଣୀ ଚିକିତ୍ସକମାନେ ଆସି ହାତୀଛୁଆ ଟିର ଚିକିତ୍ସା କରିଥିଲେ । ଗତକାଲି ରାତିରେ ଏହି ହାତୀ ଶାବକଟି ଅସୁସ୍ଥ ହୋଇପଡ଼ିଥିଲା । ନୟାକୋଟ ବିଟ୍ ର ଭେଜିଡିହୀ ଅଞ୍ଚଳରେ ଗତକାଲି ରାତିରେ ଘୁରି ବୁଲୁଥିବା ୧୨ ଟିକିଆ ହାତୀ ପଲରେ ଏହି ଶାବକଟି ଅସୁସ୍ଥ ହୋଇପଡ଼ିଥିଲା । ତେବେ ଏବେ ନିକଟ ଜଙ୍ଗଲରେ ୧୧ ଟି ହାତୀ ବୁଲୁଥିବାର ଜଣାପଡିଛି । ଏହି ହାତୀ ଶାବକଟି ର ବୟସ ପାଖାପାଖି ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଗତକାଲି ଠାରୁ ବନ ବିଭାଗ ଟିମ ସହିତ ଏ ସି ଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନ କାନ୍ତ ସାହୁ, ବନପାଳ ଜ୍ୟୋତିର୍ମୟୀ ପଟ୍ଟନାୟକ, ରାଜେନ୍ଦ୍ର ପାତ୍ର ଉପସ୍ଥିତ ରହି ଶାବକ ଟିକୁ ଉଦ୍ଧାର କରିଥିଲେ । ଓ ସଙ୍ଗେ ସଙ୍ଗେ ତାର ଚିକିତ୍ସା ଚଳାଇଥଲେ । ଆଜି ସକାଳେ ଶାବକଟିର ମୃତ୍ୟୁ ହୋଇଛି । ଶାବକଟିର ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି ।
ଆଗକୁ ପଢନ୍ତୁ :- ଜବତ ହେଲା ୩୦୦ ଶହ ଲିଟର ଦେଶୀ ମଦ