ବଢିଛି ଖୋର୍ଦ୍ଧାର ଦୈନିକ ସଂକ୍ରମଣ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରିନୁ- ବିଏମସି କମିଶନର
Khabar Odisha:Concerns-over-Khordhas-daily-infections-lockdowns-and-shutdowns
ଭୁବନେଶ୍ବର, ଏପ୍ରିଲ ୦୮ (ଖବର ଓଡ଼ିଶା):

ଖୋର୍ଦ୍ଧାର ଦୈନିକ ସଂକ୍ରମଣ ପ୍ରାୟ ତିନିଦିନ ହେବ ଶତକ ପାର କରୁଛି ଯାହା ଚିନ୍ତାର କାରଣ ହେବାରେ ଲାଗିଛି । ସେଥିଲାଗି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି, କରୋନାର ମୁକାବିଲା ଲାଗି ଆମେ ସଜାଗ ଅଛୁ । ଏନଫୋର୍ସମେଣ୍ଟକୁ କମିସନରରେଟ ପୋଲିସ ସହ ମିଶି ଆହୁରି ତ୍ୱରାନ୍ୱିତ କରାଯାଇଛି ।

ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ ।

ତେବେ ନବମ ଓ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ କୁହାଯାଇଛି । ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି । ଏଣୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶ ଅନୁଯାୟୀ ନିୟମ ଅନୁପାଳନ କରିବାକୁ କୁହାଯାଇଛି । ଵୃଦ୍ଧି ପାଉଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ସେହିପରି ଭୁବନେଶ୍ୱରରେ ବର୍ତ୍ତମାନ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକସ୍ଥଳେ ପୁଣିଥରେ ନିୟୋଜିତ କରାଯିବ ।

  • Tags:

Subscribe

National International State Sports Entertainment