ଆଗାମୀ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେଇଛି । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ବୈଠକ ହୋଇଛି । ଏହି ବୈଠକରେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ , ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ସବୁ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ, ସେନେଇ ଆଜି ଆଲୋଚନା ହୋଇଛି।
ବୈଠକ ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି 'ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତ୍ତଙ୍କ ଭିଡ ଥିଲା।ମାତ୍ର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।ଭିଡ ନିୟନ୍ତ୍ରଣ ଧିନ ଥିଲା।ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଆପଣ ଯାଇଛି। ଆଜିଠୁ ଧୀରେ ଧୀରେ ଦର୍ଶନ ଶୃଙ୍ଖଳିତ ହୋଇଛି। ସମସ୍ତ ସହଯୋଗ ରହିଲେ ଦର୍ଶନ ଆହୁରି ବ୍ୟବସ୍ଥିତ ହୋଇପାରିବ।ଜଗନ୍ନାଥଙ୍କୂ କୃପାରୁ ସବୁଠିକ ହେବ। ଆମେ କେବଳ ପରିଚାଳକ ବୋଲି ସେ କହିଛନ୍ତି।