ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଗୋଟିଏ ପରିବାରକୁ ପ୍ରଥମେ ଭୟଭୀତ କରିଛନ୍ତି ଏବଂ ତାପରେ ୨୫ ଲକ୍ଷ ଟଙ୍କାର ସୁନା-ରୁପାର ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି। ଖଣ୍ଡିଆପାଟଣା ଗାଁରେ ଏହି ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ ଖଣ୍ଡିଆପାଟଣା ଗାଁର ଧନେଶ୍ୱର ରାଉତଙ୍କ ଘରକୁ ରାତି ୮ଟାରେ ଦୁର୍ବୃତ୍ତମାନେ ପଶିଥିଲେ। ଦୁର୍ବୃତ୍ତଙ୍କ ଗୋଷ୍ଠୀରେ ପ୍ରାୟ ୧୦ ଜଣ ସଦସ୍ୟ ଥିଲେ, ଯେଉଁମାନଙ୍କ ହାତରେ ବନ୍ଧୁକ, ଭୁଜାଲି ଏବଂ ଅନ୍ୟ ମାଣାସ୍ତ୍ର ଥିଲା। ଦୁର୍ବୃତ୍ତମାନେ ଧନେଶ୍ବର ରାଉତ ଏବଂ ତାଙ୍କର ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ। ଏହା ପରେ ଗୋଟିଏ କୋଠରିରେ ବନ୍ଦ କରିଦେଇଥିଲେ।
ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ସୁନା, ରୁପା ଏବଂ ନଗଦ ୯୫ହାଜର ଟଙ୍କା ଲୁଟି ନେଇଥିଲେ।ଲୁଟ୍ ହୋଇଥିବା ସୁନା ଏବଂ ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ନିକଟରେ ଧନେଶ୍ବର ଅଭିଯୋଗ କରିଛନ୍ତି। ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ-ମୁମ୍ବାଇ ଇଣ୍ଡିଗୋ ଇଞ୍ଜିନରେ ଧକ୍କା ହେଲା ପକ୍ଷୀ; ଫେରି ଆସିଲା ବିମାନ