ହନୁମାନ ମନ୍ଦିରରୁ ଚୋରୀ। ମନ୍ଦିର ଭିତରୁ ହୁଣ୍ଡୀ ଭାଙ୍ଗି ଲୁଟିନେଲେ ସମସ୍ତ ଦାନ ଟଙ୍କା। ଏପରିକି ମନ୍ଦିର କୂଅରେ ଲାଗିଥିବା ପାଣି ମୋଟରକୁ ମଧ୍ୟ ଚୋରି କରି ନେଇଯାଇଛନ୍ତି ଚୋର। ତେବେ ଏଭଳି ଚୋରି କନ୍ଧମାଳ ଜିଲ୍ଲା ରାଇକିଆ ନିକଟସ୍ଥ ମନ୍ଦିରରୁ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଚୋରି ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।
Read More >