ବାଲୁକାକଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା । ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧିରେ ପୂର୍ବତନ ତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିପାଇଁ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନା ଅନୁଯାୟୀ,ଶନିବାର ରାଷ୍ଟ୍ରପତି ଭବନରେ ଦେଶର ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରନ୍ରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ସମ୍ମାନିତ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ରହିଛନ୍ତି। କିନ୍ତୁ ସେ ଅସୁସ୍ଥ ଥିବାରୁ ରାଷ୍ଟ୍ରପତି ଭବନରେ ଉପସ୍ଥିତ ନଥିଲେ । ଲାଲକୃଷ୍ଣ ଆଡଭାନୀଙ୍କୁ ସମ୍ମାନିତ କରିବା ପାଇଁ ପୁରୀ ନୀଳାଦ୍ରି ବିଚରେ ବାଲୁକାକଳା ମାଧ୍ୟମରେ ତାଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତାଙ୍କର ଇହି ବାଲୁକାକଳାକୁ ସମସ୍ତେ ପ୍ରଶଂସା କରିଛନ୍ତି ।