ଆନନ୍ଦପୁରରେ ମହୁମାଛି ଆକ୍ରମଣ, ୧୫ରୁ ଅଧିକ ଆହତ ଖବର ଓଡିଶା : 08/02/2023 Share story: ଆନନ୍ଦପୁର ପୌରାଞ୍ଚଳର ଘସିପୁରା ଝାଡେଶ୍ୱୋର ମନ୍ଦିର ନିକଟରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ ଓ ୪ ଗୁରୁତର। ତେବେ ଗୁରୁତର ୪ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି । ମନ୍ଦିର ନିକଟ ଏକ ଗଛରେ ମହୁମାଛି ବସା ବାନ୍ଧିଥିବା ବେଳେ ଆଜି ସକାଳୁ ଅଚାନକ ମହୁମାଛି ମାନେ ବିକ୍ଷିପ୍ତ ହୋଇ ଏଣେତେଣେ ଉଡିବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। କିଛି ଲୋକ ସେମାନଙ୍କ କବଳରୁ ନିଜକୁ ବଞ୍ଚାଇ ସାମାନ୍ଯ ଆହତ ହୋଇ ଦୈାଡି ପଳାଇଥିଲେ । ହେଲେ ୪ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Khabar Odisha Keonjhar Honey Bee Attack ଖବର ଓଡ଼ିଶା, Reporter, 08/02/2023