ମହାକାଳପଡା ଥାନା ପରିସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନବ ବିବାହିତ ଦମ୍ପତି ଏବଂ ନବ ବଧୂଙ୍କ ପରିବାର ମଧ୍ୟରେ ଥାନା ପରିସରରେ ପ୍ରକାଶ ପାଇଛି ଅସନ୍ତୋଷ । ଅସନ୍ତୋଷ ଧୀରେ ଧୀରେ ମାରପିଟର ରୂପ ନେଇଥିଲା । ଅସନ୍ତୋଷର କାରଣ ହେଉଛି ନବ ଦମ୍ପତି ପରିବାରଙ୍କ ଅନିଚ୍ଛା ସତ୍ୱ ପ୍ରେମ ବିବାହ କରିଛନ୍ତି । ଯେଉଁ କାରଣରୁ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଥିଲା । ଏହି ମାରପିଟରେ ନବ ଦମ୍ପତିଙ୍କ ସମେତ କନିଆଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୬ ତାରିଖରେ ମହାକାଳପଡା ବ୍ଲକ ପେଟଛେଲା ପଞ୍ଚାୟତ ସରୁମୁହିଁ ଗ୍ରାମର ବିଶ୍ବଜିତ୍ ଦାସ ଏବଂ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଗଣ୍ଡକିପୁର ଗ୍ରାମର ସୋନାଲିସା ଦାସ ଏକ ମନ୍ଦିରରେ ମଧ୍ଯ ବିବାହ କରିଥିଲେ । ଏହି ବିବାହ ସମୟରେ ବିଶ୍ବଜିତ ଙ୍କ ବୟସ ୨୪ ବର୍ଷ ହୋଇଥିବା ବେଳେ ସୋନାଲିସା ଙ୍କ ବୟସ ୨୦ ବର୍ଷ ହୋଇଥିଲା । ସୋନାଲିସା ଏହି ଖବର ପରିବାର ଲୋକଙ୍କୁ ନ ଜଣାଇ ଘରୁ ପଳାଇଆସିଥିଲେ । ପରେ ପରିବାର ଲୋକ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉଭୟ ପରିବାରକୁ ଥାନାକୁ ଡକାଯାଇଥିଲା । କିଛି ସମୟ ପରେ ଥାନା ପରିସରରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ସୋନାଲିସା ଙ୍କ ପରିବାର ଲୋକ ମୁଣ୍ଡରୁ ସିନ୍ଦୁର ପୋଛିଦେବା ପାଇଁ ଉଦ୍ୟମ କରିଥିଲେ । ପରେ ଏହାକୁ ବିଶ୍ବଜିତ ବିରୋଧ କରିଥିଲେ। ବିରୋଧ କରିବାରୁ ବିଶ୍ବଜିତ ଙ୍କୁ ସୋନାଲିସା ଙ୍କ ପରିବାର ଲୋକେ ମାରଧର କରିଥିଲେ। ଯାହାଫଳରେ ନବ ଦମ୍ପତିଙ୍କ ସମେତ ସୋନାଲିସାଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି ହୋଇଥିଲେ ।