ଭୁବନେଶ୍ବର : ରାଜଧାନୀର ବିଭିନ୍ନ ହାଟ ପାଇଁ ଏସଓପି (SOP) ଆଣିବ ବିଏମ୍ସି ।ରାଜଧାନୀର ୨୦ଟି ବଡ଼ ହାଟ ପାଇଁ ଲାଗୁହେବ ଏସଓପି ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ହାଟ କେମିତି ପାଇ ହେବ ସେଥିପାଇଁ ବିଧିବଦ୍ଧ ନିର୍ବାଚନ ହେବ । BMC ଅଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ ଇନସ୍ୟୁରାନ୍ସ କରିବ BMC । ରାଜଧାନୀର ବିଭିନ୍ନ ହାଟରେ ଏନଫୋର୍ସମେଣ୍ଟକୁ କଡା କଡ଼ି କରାଯିବ । ହାଟ ଭିତରେ ଜରିପାଲ ଟାଣି ପାରିବେନି ବ୍ୟବସାୟୀ । ହାଟରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ । ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ । ବୁଧବାର ରାଜଧାନୀର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟଣା ପରେ ଚେତିଛି ବିଏମସି ।
ଗୁରୁବାର ମେୟର ସୂଚନା ଦେଇ କହିଛନ୍ତି ଏକ ନମ୍ବର ମାର୍କେଟକୁ ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପାତ୍ରପଡା ଭଗବାନପୁର ହୋଲସେଲ୍ ମାର୍କେଟ ପାଇଁ ଟଙ୍କାର ଅଭାବ ରହିଛି । ଏସବୁ ପାଇଁ ସରକାର ଅର୍ଥ ଯୋଗେଇ ଦେଲେ କାମ ଆଗକୁ ବଢ଼ିବ ବୋଲି ମେୟର କହିଛନ୍ତି । କ୍ଷତିଗ୍ରସ୍ତଙ୍କୁ CMRF ଫଣ୍ଡ ସହ BMC ନିଜସ୍ଵ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଚାରବିମର୍ଶ ହେଉଛି ।