କଟକ : ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ । ବ୍ରିଜ ଉପରେ ନିଜ ସ୍କୁଟି ରଖି ମହିଳା ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ । ନିଖୋଜ ଯୁବତୀଙ୍କ ନାଁ ଶିବାନୀ ମଲ୍ଲିକ। ସେ କଟକ ଜଗତପୁର ଅଣ୍ଡେଇ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି।
ଗୁରୁବାର ଅପରାହ୍ନ ସମୟରେ ଶିବାନୀ ଯୋବ୍ରା ବ୍ୟାରେଜକୁ ଆସି ବ୍ରିଜ୍ ଉପରେ ନିଜ ଗାଡି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରିରହିଛି। ପ୍ରେମ ବ୍ଯାପାରକୁ ନେଇ ଯୁବତୀ ଜଣକ ଏପରି କରିଥିବା ସନ୍ଦେହ କରାଯାଉଛି।