ଭୁବନେଶ୍ୱର : ଆସନ୍ତା ୧୮ ତାରିଖରୁ ରାଜଧାନୀରେ ହେବ ବୁଲା କୁକୁର ଗଣନା। ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ହେବ ବୁଲା କୁକୁର ଗଣନା। ୧୭ ପରିବର୍ତ୍ତେ ୧୮ରୁ ୨୫ ଯାଏଁ ବୁଲା କୁକୁର ଗଣନା ହେବ। ୧୭ରେ 'ଏକ୍ ପେଡ୍ ମା କେ ନାମ୍' କାର୍ଯ୍ୟକ୍ରମ ଥିବାରୁ ୧୮କୁ ଘୁଞ୍ଚିଲା । ସମୁଦାୟ ୬୭ଟି ୱାର୍ଡରେ ଗଣନା କାର୍ଯ୍ୟ ପାଇଁ ୪୧୦ଟି ଟିମ ଗଠନ ହୋଇଛି । ସଂକ୍ରମଣ ଜନିତ ରୋଗ, ଦୁର୍ଘଟଣାରୁ ରକ୍ଷାପାଇବା ପାଇଁ BMCର ଏହି ପ୍ରୟାସକୁ ସଭିଏ ସ୍ବାଗତ କରିଛନ୍ତି । ସେପଟେ ଗଣନା କାର୍ଯ୍ୟରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବିଏମସି।ଯେଉଁମାନେ ଏହି କୁକୁର ଗଣନା କାର୍ଯ୍ୟ ନିୟୋଜିତ ହେବେ ସେମାନଙ୍କୁ ୩ ଦିନିଆ ତାଲିମ ଦିଆଯାଇଛି। କୁକୁରଙ୍କ ଗତିବିଧି ଉପରେ ନଜର ରଖି ଗଣନା କରାଯିବ ।ବିଏମସିର କୁକୁର ଗଣନାକୁ ସ୍ବାଗତ କରିଛନ୍ତି ପଶୁ ପ୍ରେମୀ। କହିଛନ୍ତି କୁକୁର ଗଣନା ହେଲେ କେଉଁ ୱାର୍ଡରେ କେତେ କୁକୁର ଅଛନ୍ତି ଜଣାପଡ଼ିବ। ସହଜରେ ଖାଦ୍ୟ, ଭେକସିନ ଯୋଗେଇ ଦେଇ ପାରିବ । କୁକୁର ଗୋଟେ ସ୍ଥାନରେ ରୁହନ୍ତି ଅନ୍ୟ ଜାଗାରେ ରହିପାରନ୍ତି ନାହିଁ । ପ୍ରତି ବର୍ଷ କେତେ କୁକୁର ଜନ୍ମ ନେଉଛନ୍ତି ଓ ମରୁଛନ୍ତି ସବୁର ତଥ୍ୟ ବିଏମସି ରଖିପାରିବ ।
ରାଜଧାନୀ ବାସୀଙ୍କ ସୁରକ୍ଷା, ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି।