ଆସନ୍ତା ମାସରୁ ରାସନ କାର୍ଡର e-KYC କରିନଥିଲେ ଚାଉଳ ବନ୍ଦ ହୋଇଯିବ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, " ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରିନାହାନ୍ତି । e-KYC କରିନଥିବା ଲୋକ ଚାଉଳ ପାଉଛନ୍ତି, ତାକୁ ବନ୍ଦ କରି ଦିଆଯିବ । ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ । ବାଦ୍ ପଡ଼ିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ ।
Read More >