ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ସିନିୟର୍ ଛାତ୍ରମାନେ ଜୁନିୟର୍ଙ୍କୁ ରାଗିଂ କରୁଥିବା ଅଭିଯୋଗ ହୋଇଛି । ଏନେଇ ଜୁନିୟର୍ ଛାତ୍ର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଆଜି ଅପରାହ୍ଣରେ ଆଣ୍ଟି ରାଗିଂ ସେଲ୍ର ବୈଠକ ବସିବା ନେଇ ସୂଚନା ମିଳିଛି । କିଛି ସିନିୟର୍ ଛାତ୍ର ଜୁନିୟର୍ ଛାତ୍ରମାନଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ କରିଛନ୍ତି ।
ପୂର୍ବରୁ ବହୁବାର ରାଗିଂ ଅଭିଯୋଗ ଆସୁଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଇନାହିଁ । ଯେଉଁ କାରଣରୁ ପୁଣି ରାଗିଂ ଅଭିଯୋଗ ହୋଇଛି । ପୂର୍ବରୁ ରାଗିଂ ଅଭିଯୋଗ ହୋଇ ଆଣ୍ଟି ରାଗିଂ ସେଲ୍ର ବୈଠକ ବସି ଆଲୋଚନା କରାଯାଇ ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ନିଷେଧ କରାଯାଇଥିଲା । କିନ୍ତୁ ଏବେ ପୁଣି କ୍ୟାମ୍ପସରେ ରାଗିଂ ।