ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଅଟକ ରଖିଛି ପୋଲିସ । ଅଟକ ଯୁବକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ରାକେଶ ହାଜରା ।
ସୋମବାର ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପରେ ଚଢୁଥିଲେ । ଏହି ସମୟରେ ସେବାୟତ, ଅଗ୍ନିଶମ ବିଭାଗ ଏବଂ ପୋଲିସ ଉଦ୍ଧାର କରିଥିଲେ । କେଉଁ କାରଣରୁ ଯୁବକ ଜଣକ ନାଟମଣ୍ଡପରେ ଚଢୁଥିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
ସେହିପରି ଗତ କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା, ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା କରି ମୃତ୍ୟୁବରଣ କରିବା ଘଟଣା ପରେ ଏବେ ନାଟମଣ୍ଡପରେ ଯୁବକ ଚଢିବା ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।