ବର୍ତ୍ତମାନ ଦେହବ୍ୟବସାୟକୁ ଟଙ୍କା ରୋଜଗାରର ଏକ ମାଧ୍ୟମ ବୋଲି ବାଛି ନେଇଛନ୍ତି କିଛି ଅସାଧୁ ବ୍ୟକ୍ତି। ଖାଲି ଅସାଧୁ ବ୍ୟକ୍ତି ନୁହେଁ ବଂର ବାର ମାଲିକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଏହି କାର୍ଯ୍ୟରେ ଲିପ୍ତ ରହୁଥିବା ଖବର ଅନେକ ଥର ସାମ୍ନାକୁ ଆସିଛି। ଏହାରି ଭିତରେ ଆଉ ଏକ ଖବର ଲୋକାଲୋଚନକୁ ଆସିଛି। ଏଠି ରକ୍ଷକ ସାଜିଛି ଭକ୍ଷକ। ଯିଏ ରକ୍ଷା କରିବା କଥା ସେ ଏଠି ଭକ୍ଷକ ସାଜି ବସିଛି |
ଦେହବ୍ୟବସାୟରେ ଲିପ୍ତ ଅଛନ୍ତି ଖାକି ପୋଷାକଧାରୀ ବାବୁ। ପଦ୍ମପୁର ଉପକାରାଗାରରେ ସେ କାର୍ଯ୍ୟରତ ଜେଲ ୱାଡର। ଦେହବ୍ୟବସାୟରେ ଲିପ୍ତ ଥିବା ନେଇ ପଦ୍ମପୁର ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ପଦ୍ମପୁର ଜେଲ ରୋଡ ନିକଟସ୍ଥ ଏକ ଲଜରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ବିଶେଷସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଜଣେ ଦେହଜୀବୀ ଓ ଜଣେ ଗରାଖକୁ ଠାବ କରିଥିଲା ପୋଲିସ। ତଦନ୍ତରୁ ଜଣାପଡିଛି କି ଗ୍ରାହକ ଜଣକ ହେଉଛନ୍ତି ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପୁର ପୋଲିସ ଉକ୍ତ ମାମଲାରେ ଦେହଜୀବୀ, ଗରାଖ ଓ ଲଜ ମ୍ୟାନେଜରକୁ ଗିରଫ କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ବେଆଇନ ବାଲି ଚୋରା ଚାଲାଣ ବେଳେ ଧରାପଡ଼ିଲେ ଦୁର୍ବୃତ୍ତ