ବ୍ରହ୍ମପୁର: ପୂର୍ବ ଶତୃତତାକୁ କେନ୍ଦ୍ର କରି ଏମକେସିଜିର ବରିଷ୍ଠ କିରାଣୀଙ୍କୁ ମରଣାନ୍ତକ ଆକ୍ରମଣ। ତେବେ ବରିଷ୍ଠ କିରାଣୀ ମେଡିକାଲରୁ ଘରକୁ ଫେରୁଥିବା ସମୟରେ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି। ଯାହାଫଳରେ କିରାଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତେବେ ପୂର୍ବ ଶତୃତତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ , ଏମକେସିଜିର ବରିଷ୍ଠ କିରାଣୀ କାମ ସାରି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଖୋଡାସୀଙ୍ଗି କୁଠାରୀ ସାହି ଛକରେ ତିନିଜଣ ମୁଖାଧାରୀ ଯୁବକ ବାଇକରେ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହାଫଳରେ କିରାଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଗୋଡ ଓ ହାତରେ ଖଣ୍ଡା ଚୋଟ ଯୋଗୁ ଗଭୀର ଆଘାତ ଲାଗିଛି। ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।