ପୁଣି କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ l କେନ୍ଦ୍ରାପଡା ରାଜନଗର ବ୍ଲକ ବ୍ରାହ୍ମଣସାହି ପଂଚାୟତ ର ଗଜରାଜପୁର ଗାଁ ଦାଣ୍ଡରେ ବୁଲିଲା ବିଶାଳ କୁମ୍ଭୀର l ଶନିବାର ସକାଳୁ ବର୍ଷା ଲାଗି ରହିଥିବା ବେଳେ ହଠାତ ଗାଁ ଦାଣ୍ଡରେ ଏକ ବିଶାଳ କୁମ୍ଭୀର ବୁଲୁଥିବାର ଗାଁ ଲୋକେ ଦେଖିଥିଲେ l ଏତେ ବଡ଼ କୁମ୍ଭୀର କୁହ ଗାଁ ଭିତରେ ପଶିଥିବାର ଦେଖି ଗାଁ ଲୋକେ ଆତଙ୍କିତ ହୋଇଯାଇଥିଲେ l
ସୂଚନା ଅନୁଯାୟୀ ପୋଖରୀରେ କୁମ୍ଭୀର ରହୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ପୂର୍ବରୁ ବହୁବାର ଖବର ଦେଇଥିଲେ l ମାତ୍ର ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ପାରିନଥିଲା l ତେବେ ଗ୍ରାମବାସୀ ଜାଲ ସାହାଯ୍ୟରେ ପୋଖରୀରୁ ଏହି ସାଢେ ଚାରିଫୁଟର କୁମ୍ଭୀରଟିକୁ ଉଦ୍ଧାର କରି ବାନ୍ଧି ପକାଇ ଥିଲେ l ଏହା ପରେ ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପହଂଚି କୁମ୍ଭୀରଟିକୁ ନେଇ ବାଉଁଶଗଡ଼ ନଦୀରେ ଛାଡ଼ିଥିବା ନେଇ ଜଣାପଡିଛି I