ବରଯାତ୍ରୀରେ ଖୁସି, ମଜା, ମସ୍ତି ହେବା ବଦଳରେ ଛାଇ ଗଲା ଶୋକର ଛାୟା । କାରଣ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଚାଲିଗଲା ୫ ବର୍ଷର ଶିଶୁର ଜୀବନ । ଦେଖୁ ଦେଖୁ ଆଖି ଆଗରେ ସେହି ନିଆଁରେ ଜୀବନ୍ତ ଜଳିଗଲା ନିରୀହ ଶିଶୁ ଟିଏ । ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ଗାଁର ବାସିନ୍ଦା ରତ୍ନାକର ମଲ୍ଲିକଙ୍କ ପୁଅ ବାହାଘର ହୋଇଥିବା ବେଳେ ଘଟିଯାଇଛି ଏପରି ଏକ ଅଘଟଣ । ସେହି ବରଯାତ୍ରୀରେ ଅନେକ ଲୋକ ସାମିଲ ହୋଇଥିଲେ । ସେତେବେଳେ ବରପକ୍ଷଙ୍କୁ ପେଟ୍ରୋଲ ବଂଟାଯାଇଥିଲା ।
ସେତେବେଳେ ସେଠାରେ କିଛି ଲୋକ ପାଖରେ ସିଗାରେଟ ଟାଣୁଥିବା ବେଳେ ପେଟ୍ରୋଲ୍ରେ ନିଆଁ ଲାଗି ଯାଇଥିଲା । ଏବଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସମେତ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ରର ଦେହରେ ମଧ୍ୟ ଲାଗିଯାଇଥିଲା । ଶିଶୁ ସହ ୨ଜଣ ଗୁରୁତର ହୋଇଥିବା ବେଳେ ୨ ବଖରା ଘର ସହ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି । ଏହାପରେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଏହି ଘଟଣାଟି ଏବେ ସେହି ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।