ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ପାଇଁ ୫୦ ଓଏଏସ୍ ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଏହି ଅଫିସର ମାନେ ଜାନୁଆରୀ ୫ରୁ ୧୫ ଯାଏଁ ଲିଆସନ ଅଫିସର ଭାବେ ଦାୟିତ୍ବ ତୁଲାଇବେ। ତେବେ ଭୁବନେଶ୍ୱରରେ ଜାନୁଆରୀ ୮ରୁ ୧୦ତାରିଖ ଯାଏ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ ଅନୁଷ୍ଠିତ ହେବ। ଏଥିପାଇଁ ନୂଆଦିଲ୍ଲୀରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ୱେବସାଇଟ ଲଞ୍ଚ ହୋଇଛି। ଯାହା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧକ୍ଷତାରେ ଏହି ୱେବସାଇଟ ଲଞ୍ଚ ହୋଇଛି। ତେବେ ୱେବସାଇଟକୁ ଲଞ୍ଚ କରି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଭାରତ ସରକାର ସବୁବେଳେ ବିଶ୍ବବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଉନ୍ନତି ଓ ପ୍ରଗତିକୁ ଅଗ୍ରାଧିକାର ଦେଇଆସିଛନ୍ତି। ତେବେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ୨୦୨୫ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପ୍ରବାସୀ ଭାରତୀୟଙ୍କ ଭୂମିକା ବଢିବା। ଏଥିପାଇଁ ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଚଳିତ ବର୍ଷର ଥିମ୍ ରହିଛି ‘ବିକଶିତ ଭାରତ କି ସଂକଳ୍ପନା ଔର ପ୍ରବାସୀ ଭାରତୀୟୋଁ କା ୟୋଗଦାନ’।