ଭୁବନେଶ୍ୱର: ରାଜ୍ୟ ସରକାର ଚାରୋଟି ଜେଲରେ ଜେଲରଙ୍କ ବଦଳି କରିଛନ୍ତି । ପୁରୀ, କଟକ, ଭୁବନେଶ୍ୱର ଓ ଫୁଲବାଣୀରେ ଜେଲ୍ ଜେଲରଙ୍କୁ ବଦଳି କରାଯାଇଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ଜିଲ୍ଲା କାରାଗାର ଜେଲର୍ ଶୁଭସ୍ମିତା ବିଶ୍ୱାଳଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସ୍ୱତନ୍ତ୍ର କାରଗାରକୁ ବଦଳି କରାଯାଇଛି । ସେହିପରି କଟକ ମଣ୍ଡଳ କାରଗାରର ଜେଲର୍ ରଘୁନାଥ ମାଝୀଙ୍କୁ ବଣାଇଗଡ଼ ଜେଲ୍ ଦାୟିତ୍ୱ ମିଳିଛି । ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରର ଜେଲର୍ ଅବିନାଶ ବେହେରା ନବରଙ୍ଗପୁର ସବ୍ଜେଲକୁ ବଦଳି ହୋଇଛନ୍ତି । ଫୁଲବାଣୀ ଜେଲର ଲଲାଟେନ୍ଦୁ ଭୂଷଣ ଦାସଙ୍କୁ କଟକ ସର୍କଲ ଜେଲକୁ ବଦଳି କରାଯାଇଛି । ଅବିଳମ୍ବେ ନିର୍ଦ୍ଧାରିତ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।